ସୁନ୍ଦର ଏବଂ ଦାଗ ମୁକ୍ତ ତ୍ୱଚା ପାଇବା ପାଇଁ ମହିଳାମାନେ ଅନେକ ପ୍ରକାର ମହଙ୍ଗା ଫେସିଆଲ କରିଥାନ୍ତି । ଏହାପରେ ମଧ୍ୟ ତ୍ୱଚାାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ । କିନ୍ତୁ ଏବେ ଆପଣ ଘରେ ବରଫ ସାହାଯ୍ୟରେ ଫେସିଆଲ କରି ଗ୍ଲୋଇଂ ତ୍ୱଚା ପାଇପାରିବେ । ଏହାକୁ ଆପଣ ନିଜର ବୁ୍ୟଟି ରୁଟିନ୍ ରେ ମଧ୍ୟ ସାମିଲ କରିପାରିବେ । ତେବେ ଆସନ୍ତୁ ବରଫ ଫେସିଆଲ ମରିବାର ସଠିକ୍ ଉପାୟ ଏବଂ ଏହାଦ୍ୱାରା କ’ଣ ଫାଇଦା ମିଳିଥାଏ ।
୧ମ ଷ୍ଟେପ୍
ପ୍ରଥମେ ତ୍ୱଚାକୁ ଭଲଭାବେ ସଫା ପାଣିରେ ଧୋଇଦିଅନ୍ତୁ । ଏହାପରେ ଆପଣ ଯେଉଁ ପାତ୍ରରେ ମୁହଁକୁ ବୁଡାଇ ପାରିବେ ସେହି ପାତ୍ରରେ ପାଣି ଅଧା ଭର୍ତ୍ତି କରନ୍ତୁ । ଏହାପରେ ସେଥିରେ ୧୦ ରୁ ୧୨ଟି ବରଫ ଖଣ୍ଡ ପୁରାଇ ତରଳିବାକୁ ଛାଡି ଦିଅନ୍ତୁ । ଆପଣ ଚାହିଁଲେ ସେଥିରେ ୧ ରୁ ୨ ଚାମଚ ଗୋଲାପ ଜଳ କିମ୍ବା ଶ୍ଚ ଚାମଚ ଗ୍ରୀନ ଟି’ ପକାଇପାରିବେ ।
୨ୟ ଷ୍ଟେପ୍
ଆପଣ ଚାହିଁଲେ ୧୦ ସେକେଣ୍ଡ ପାଇଁ ବରଫ ପାଣିରେ ବୁଡାଇ ରଖିପାରିବେ । ଏହାପରେ ପାଣିରୁ ମୁହଁ ବାହାର କରି ନିଶ୍ୱାସ ନିଅନ୍ତୁ । ପୁଣିଥରେ ସେହି ଉପାୟକୁ କରନ୍ତୁ । ଏହିଭଳି ପାଖାପାଖି ୧ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ ।
୩ୟ ଷ୍ଟେପ୍
ଯଦି ବରଫ୍ ଫେସିଆଲ କରିବା ପରେ ଆପଣଙ୍କ ଫେସ୍ ଶୁଷ୍କ ହୋଇଯାଏ ତେବେ ଆପଣ ମଶ୍ଚରାଇଜର ଲଗାଇପାରିବେ । ଆପଣ ଚାହିଁଲେ ଏହି ଫେସିଆଲକୁ କାକୁଡି, ଟମାଟ ଏବଂ ଗ୍ରୀନ୍ ଟି’ ତ୍ୱଚାରେ ବ୍ୟବହାର କରିପାରିବେ ।
ଜାଣନ୍ତୁ ବରଫ ଫେସିଆଲର ଫାଇଦା:
-ବରଫ ଫେସିଆଲ କରିବା ଦ୍ୱାରା ରକ୍ତ ସଂଚାଳନ ସଠିକ୍ ରୂପେ ହେବା ସହ ଦୁର୍ବଳତା ଦୂର ହୋଇଥାଏ । ଯାହାଦ୍ୱାରା ତ୍ୱଚା ଗ୍ଲୋଇଂ ଏବଂ ସୁନ୍ଦର ହୋଇଥାଏ ।
-ଏହି ଫେସିଆଲ ତ୍ୱଚାର କୁଞ୍ଚନ ପ୍ରକ୍ରିୟା କମ କରିଥାଏ । ଏଥିସହ ଦାଗ ସମସ୍ୟା ମଧ୍ୟ ଦୂର କରିଥାଏ ।
-ବରଫ ଫେସିଆଲ ତ୍ୱଚାକୁ ତେଲିଆପଣରୁ ରକ୍ଷା କରିଥାଏ । ଯାହାଦ୍ୱାରା ବ୍ରଣ ସମସ୍ୟା କମ ହୋଇଥାଏ । ଏହାବ୍ୟତୀତ ତ୍ୱଚାରୁ କଳା ଦାଗ ଦୂର ହୋଇଥାଏ ।
-ଏସବୁ ବ୍ୟତୀତ ଯଦି ଆପଣ ମୁହଁରେ ଅଧିକ ସମୟ ପର୍ଯ୍ୟନ୍ତ କେଅପ୍ ରଖିବାକୁ ଚାହାଁନ୍ତି ତେବେ ମେକଅପ୍ ହେବା ପୂର୍ବରୁ ପ୍ରଥମେ ଏହି ପେସିଆଲ କରନ୍ତୁ । କାରଣ ଏପରି କରିବା ଦ୍ୱାରା ମୁହଁରେ ଅଧିକ ସମୟ ପର୍ଯର୍୍ୟନ୍ତ ମେକଅପ୍ ରହିଥାଏ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0