ଭୁବନେଶ୍ୱର: ବଦଳିଲେ ଝାରପଡ଼ା ଜେଲର କାରାଗାର ଜେଲର। କାର୍ୟ୍ୟରତ ଜେଲର ଅକ୍ଷୟ ମିଶ୍ରଙ୍କ ନିମାପଡ଼ା ଜେଲକୁ ବଦଳି ହୋଇଛି। ଅଚାନକ ବଦଳିକୁ ଆଦେଶକୁ ନେଇ ଚିନ୍ତାରେ ଜେଲର ଅକ୍ଷୟ। ତାଙ୍କ ନାମରେ ଅନେକ ସମୟରେ ଗୁରୁତର ଅଭିଯୋଗ ରହିଥିଲା। ଏପରିକି ଜେଲକୁ ନେତା ଓ ବଡବଡିଆ ଗଲେ ଭଲ ସେବା ଯୋଗାଉ ଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ରାଜକୀୟ ସେବା ଯୋଗାଇବା ନେଇ ଚର୍ଚ୍ଚାକୁ ଆସିଥିଲେ ଜେଲର ଅକ୍ଷୟ ମିଶ୍ର। ସେପେଟେ ତାଙ୍କର ଶରୀର ଅସୁସ୍ଥ ଥିବାରୁ ନିଜ ଆଡୁଝାରପଡା ଜେଲରୁ ବଦଳି ନେଇ ସେ ଜେଲ ଡିଜିଙ୍କ ନିକଟରେ ଆବେଦନ କରିଥିଲେ। ଯାହାପରେ ତାଙ୍କର ବଦଳି ହୋଇଛି ବୋଲି ଜେଲ ଅଧୀକ୍ଷକ ଡି.ଏନ.ବାରିକ ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0