ଫେବୃଆରୀ ପହିଲାରେ ସ୍ଥଳ ସେନାର ଉପ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ଲେଫ୍ଟନାଣ୍ଟଜେନରାଲ ଚଣ୍ଡି ପ୍ରସାଦ ମହାନ୍ତି । ବର୍ତ୍ତମାନ ସେ ସଦର୍ଣ୍ଣ ଆର୍ମୀ କମାଣ୍ଡର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଚଣ୍ଡି ପ୍ରସାଦ ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇଥିଲେ । ଏଠାରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ନିଜର ୩୮ ବର୍ଷର କ୍ୟାରିଅରରେ ପାକିସ୍ତାନ ଓ ଚୀନ ସୀମା ସହିତ ଅନେକ ଅପରେସନରେ ସେ ଫ୍ରଣ୍ଟ୍ ଲାଇନ୍ରେ ରହି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆହୁରି ମଧ୍ୟ ଜାମ୍ମୁ-କାଶ୍ମୀରର ଏଲଓସିରେ ବାଟାଲିୟନ କମାଣ୍ଡର ଓ ଆତଙ୍କୀ ନିରୋଧୀ ଅଭିଯାନରେ କମ୍ପାନୀ କମାଣ୍ଡର ଭାବେ ସୂଚାର ରୂପେ କାର୍ୟ୍ୟ କରିବା ସହ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ ସେ ଆସାମରେ ଏନଡିଏଫବି ଓ ଉଲଫା ଉଗ୍ରବାଦୀଙ୍କ ବିରୋଧରେ ହୋଇଥିବା ‘ଅପରେସନ ଅଲ କ୍ଲିୟର’ ଅଭିଯାନରେ ନିଜ ବାଟାଲିୟନର ନେତୃତ୍ଵ ମଧ୍ୟ ନେଇଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0