ୟୁପି: ଲଭ ଜିହାଦ ରୋକିବାକୁ ଯୋଗୀ ସରକାରଙ୍କ କଡା ପଦକ୍ଷେପ । ଛଳନା ବିବାହ ଓ ଧର୍ମାନ୍ତରୀକରଣ ବିରୋଧୀ ଅଧ୍ୟାଦେଶକୁ ୟୁପି କ୍ୟାବିନେଟରେ ମିଳିଛି ଅନୁମୋଦନ । ଏହି ଆଇନରେ ଧର୍ମନ୍ତରୀକରଣ ପାଇଁ ୧ ରୁ ୫ ବର୍ଷ ଯାଏଁ ଜେଲ ଦଣ୍ଡାଦେଶ ସହିତ ୧୫ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି । ଏପରିକି ସମୁହ ଧର୍ମାନ୍ତରୀକରଣ ପାଇଁ ସର୍ବାଧିକ ୧୦ ବର୍ଷ ଯାଏଁ ଜେଲ ଓ ୫୦ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି । ବିଜେପି ଶାସିତ ରାଜ୍ୟ ହରିଆଣା ଓ ମଧ୍ୟପ୍ରଦେଶରେ ମଧ୍ୟ ସମାନ ଢଙ୍ଗରେ ବିବାହ ନାଁରେ ଧର୍ମାନ୍ତରୀକରଣ ଉପରେ ରୋକ ଲଗାଇବାକୁ କଡା ଆଇନ ଆଣିବାକୁ ଯୋଜନା ରହିଛି । ବିଶେଷ କରି ହିନ୍ଦୁ ମହିଳାମାନଙ୍କ ଧର୍ମ ପରିବର୍ତନ କରି ମୁସଲମାନ ପରିବାରରେ ବିହାହ କରାଯାଉଥିବାରୁ ଏହାକୁ ଲଭ ଜିହାଦ ଆଖ୍ୟା ଦେଉଛନ୍ତି ହିନ୍ଦୁବାଦୀ । ଏହି ଲଭ ଜିହାଦ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ଯୋଗୀ ସରକାର ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0