spot_img

ବିହାରରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ

ପାଟନା: ବିହାରରେ ଆଜି ଶେଷ ପର୍ୟ୍ୟାୟ ନିର୍ବାଚନ। ଶେଷ ପର୍ୟ୍ୟାୟରେ ୭୮ଟି ଆସନରେ ଭୋଟ୍ ଗ୍ରହଣ ଚାଲିଛି। ୨.୩୪ କୋଟି ଭୋଟର ୧୨୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ସକାଳ ୭ଟାରୁ କୋଭିଡ କଟକଣା ମାନି ମତଦାନ କରାଯାଉଛି। କୋଭିଡ ମହାମାରୀ କାଳରେ ନିର୍ବାଚନ ହେଉଥିବାରୁ ଏହାକୁ ନଜରରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏମାନଙ୍କ ମଧ୍ୟରେ ୧୧୦ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏହି ପର୍ଯ୍ୟାୟରେ ବିଜେପି ୩୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବାର ବେଳେ ଜେଡିୟୁ ୩୭ଟି, ବିକାଶଶୀଳ ଇନସାନ ପାର୍ଟି ୫ଟି ଆସନରୁ ନିର୍ବାଚନ ଲଢୁଛନ୍ତି । ମହାମେଣ୍ଟରୁ ଆରଜେଡି ୪୬ଟି ଏବଂ କଂଗ୍ରେସ ୨୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular