ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ୧୩୭୨କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୭୯୬ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୫୭୬ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୪୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବରା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୮୧ଜଣ, ବାଲେଶ୍ୱରରୁ ୩୧ଜଣ,ବରଗଡ଼ରୁ ୪୦, ଭଦ୍ରକ ଜିଲ୍ଲାରୁ ୩୧,ବଲାଙ୍ଗୀର ୪୦, ବୌଦ୍ଧ ୨, କଟକ ଜିଲ୍ଲାରୁ ୧୨୧ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୨୫ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୨୧ଜଣ, ଜଗତସିଂହପୁରରୁ ୭୦ଜଣ, ଯାଜପୁରରୁ ୩୪ଜଣ, ଝାରସୁଗୁଡ଼ାରୁ ୩୩ଜଣ, କଳାହାଣ୍ଡିରୁ ୪୦ଜଣ, କନ୍ଧମାଳରୁ ୧୧ଜଣ, କେନ୍ଦ୍ରାପଡ଼ାରୁ ୬୫ଜଣ, କେନ୍ଦୁଝରରୁ ୪୦ଜଣ, ଖୋର୍ଦ୍ଧାରୁ ୧୪୫ଜଣ, କୋରାପୁଟରୁ ୨୦ଜଣ, ମାଲକାନଗିରିରୁ ୨୦ଜଣ, ମୟୁରଭଞ୍ଜରୁ ୭୮ଜଣ, ନବରଙ୍ଗପୁରରୁ ୨୬ଜଣ, ନୟାଗଡ଼ରୁ ୩୨ଜଣ, ନୂଆପଡ଼ାରୁ ୧୦୮ଜଣ, ପୁରୀରୁ ୫୩ଜଣ, ରାୟଗଡ଼ାରୁ ୧୧ଜଣ, ସମ୍ବଲପୁରରୁ ୩୭ଜଣ, ସୋନପୁରରୁ ୧୯ଜଣ, ସୁନ୍ଦରଗଡ଼ରୁ ୯୬ଜଣ ରହିଛନ୍ତି ।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୫୦୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୮୫ହଜାର ୧୦୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୮ ଲକ୍ଷ ୮୮ହଜାର ୫୦୯ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0