ଭୁବନେଶ୍ୱର : ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଟିଂ କାମ ଆରମ୍ଭ ହେବ । ଏଥିପାଇଁ ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ବିମାନ ଯିବା ଆସିବା ବନ୍ଦ ରହିବ । ଚାରି ମାସ ଧରି କାର୍ପେଟିଂ କାମ ଚାଲିବ । ଲକଡ଼ାଉନ ସମୟରେ ୫୦ ପ୍ରତିଶତରୁ ଅଧିକ କ୍ଷତି ସହିଛି ବିମାନବନ୍ଦର । ୭୫ ପ୍ରତିଶତ ଯାତ୍ରୀଙ୍କ ସଂଖ୍ୟା କମିଯାଇଛି । ମେ ଓ ଜୁନ ମାସରେ ଯାତ୍ରୀ ଆସୁଥିଲେ ଅଧିକ ଯାଉଥିଲେ କମ । ବର୍ତ୍ତମାନ କିନ୍ତୁ ଯାତ୍ରୀ ଆସୁଛନ୍ତି କମ ଯାଉଛନ୍ତି ଅଧିକ । କାରୋନା ଯୋଗୁଁ ଦୈନିକ ପ୍ରାୟ ୧୭ଟି ଫ୍ଲାଇଟ ଯାଉଛି । ୩ ହଜାର ପାଖାପାଖି ଯାତ୍ରୀ ଯିବା ଆସିବା କରୁଥିବା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0