spot_img

ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ଡ୍ରାଏ ରନ୍

ଭୁବନେଶ୍ବର: ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଏବଂ ରାଜ୍ୟଗୁଡ଼ିକର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ବୈଠକରେ ଟିକାକରଣକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଦେଶର ସମସ୍ତ ଜିଲ୍ଲାରେ ଆସନ୍ତାକାଲିଠାରୁ ଟିକାଦାନର ଡ୍ରାଏ ରନ୍ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ‘ଯେଉଁ ସ୍ଥାନରେ ଟିକାକରଣ ହେବ ଯଦି ସେହି ସମୟରେ କିଛି ବ୍ୟକ୍ତିଙ୍କ ଭିତରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ତେବେ କ’ଣ କରିବାକୁ ହେବ ସେ ବିଷୟରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସେଥିପାଇଁ ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ଏଇଏଫଆଇ କିଟ ରଖାଯିବ। ଇଞ୍ଜେକସନ ଓ ଔଷଧ କିଟ ଗଚ୍ଛିତ ହେବା ସ୍ଥାନରେ ଜଣେ ଏଏନଏମଙ୍କୁ ଦାୟିତ୍ବରେ ରଖାଯିବ। ସେଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯାଇଛି। ପ୍ରଥମ ପର୍ୟ୍ୟାୟରେ ଆମର ସବୁ ଜିଲ୍ଲାରେ ଡ୍ରାଏରନ ହୋଇଛି । ଆମେ ଆସନ୍ତାକାଲି ପ୍ରତି ଜିଲ୍ଲାର ୩ଟି ସେଣ୍ଟରରେ ଡ୍ରାଏ ରନ କରିବୁ। ପିଏଚସି, ସିଏଚସି ଏବଂ ମେଡ଼ିକାଲ କଲେଜରେରେ ଏହି ଡ୍ରାଏ ରନ କରାଯିବ।’ ଉଲ୍ଲେଖଯୋଗ୍ୟ, ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ବୈଠକରେ ପ୍ରତ୍ୟେକ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ରହିଥିଲେ। ଭିଡିଓ କନଫେରେନ୍ସି ମାଧ୍ୟମରେ ଚାଲିଥିବା ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ସାମିଲ ହୋଇଥିଲେ। ଏହି ବୈଠକରେ ଟିକାକରଣକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular