ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଓଡିଶା ଆଥଲେଟିକ ହାଇପର୍ଫାମାନ୍ସ ସେଣ୍ଟର ଭୁବନେଶ୍ୱର ପୁଣି ଏବେ ଚର୍ଚ୍ଚାରେ । ମହିଳା ବାଧାଦୌଡ ଧାବିକା ସବିତା ଟପ୍ପୋ ୧୦୦ ମିଟର ବାଧାଦୌଡକୁ ଶ୍ରେଷ୍ଠ ଟାଇମିଂ ୧୪.୫୪ ସେକେଣ୍ଡରେ ଅତିକ୍ରମ କରିଥିଲେ । ଏନେଇ ପ୍ରତିଷ୍ଠାନର ପ୍ରଶିକ୍ଷକ ଜେମ୍ବ ହିଲାର କହିଛନ୍ତି, ସବିତାଙ୍କ ପ୍ରଦର୍ଶନ ଦେଖି ମୁଁ ଉତ୍ସାହିତ ଅଛି । ତାଙ୍କ ପ୍ରଥମ ପ୍ରତିଯୋଗିତା ପ୍ରଦର୍ଶନ ପରେ ଏବେ ବହୁତ ଉନ୍ନତି କରିଛନ୍ତି । ତାଙ୍କ ନିକଟରେ ଜଣେ ଭଲ ଧାବିକା ହେବା ନେଇ ଦକ୍ଷତା ରହିଛି । ସେ ଦିନକୁ ଦିନ ନିଜ ପ୍ରଦର୍ଶନରେ ଉନ୍ନତି କରୁଛନ୍ତି ବୋଲି ହିଲାର କହିଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0