spot_img

କେନ୍ଦୁଝରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

କେନ୍ଦୁଝର: କେନ୍ଦୁଝରରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ସ୍ଥାନୀୟ ରୋଟାରୀ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ଚଳିତ ବର୍ଷ କରୋନା ମହାମାରୀ ପରେ କେନ୍ଦ୍ର ସରକାର ବାର୍ଷିକ ବଜେଟ ଆଗତ କରିଥିଲେ । ଏହି ବଜେଟରେ କେନ୍ଦ୍ର ସରକାର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୭ ରୁ ୧୧%ପ୍ରତିଶତ କରିବାକୁ ଯୋଜନା ପ୍ରକାଶ କରିଛନ୍ତି । ସରକାର ରକ୍ଷା ଓ କୃଷି କ୍ଷେତ୍ରରେ ଅଧିକ ପ୍ରଧାନ୍ୟ ଦେଇଥିବା ବେଳେ ଦରଦାମ ନିୟନ୍ତ୍ରଣ ନେଇ ଏହି ବଜେଟରେ ଯୋଜନା ସରକାର ଘୋଷଣା କରିଛନ୍ତି । ଏହି ବଜେଟକୁ ଐତିହାସିକ ବଜେଟ ବୋଲି ବିଜେପି ପ୍ରକାଶ କରିଛନ୍ତି । ସେଥିପାଇଁ ସବୁ ଜିଲ୍ଲାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବଜେଟର ଲୋକାଭିମୁଖୀ କାର୍ୟ୍ୟ ନେଇ ରାଜ୍ୟ ମୁଖପାତ୍ର ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ଜିଲ୍ଲା ର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜିଲ୍ଲା ବିଜେପିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular