କେନ୍ଦୁଝର: କେନ୍ଦୁଝରରେ ରାସ୍ତାକୁ ଓଲଟିଲା ଯାତ୍ରୀବାହୀ ବସ । ଫଳରେ୧୭ ଜଣ ଗୁରୁତର ହୋଇଛନ୍ତି । ମଙ୍ଗଳବାର ଅପରାହ୍ନରେ ଚମ୍ପୁଆ ଥାନା ଅଧିନ କାଳିକା ପ୍ରଶାଦ ଠାରେ ଘଟିଛି ଏହି ଦୁର୍ଘଟଣା । ଯୋଡ଼ାରୁ ରିମୁଳି ଦେଇ ଚମ୍ପୁଆ ଆସୁଥିବା ସତ୍ୟଭାମା ନାମକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ୧୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଆହତ ମାନଙ୍କୁ ଆମ୍ବୁଲାନ୍ସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । ବସ ଯାତ୍ରିଙ୍କ କହିବା ଅନୁସାରେ ଦୁର୍ଘଟଣାର କିଛି ସମୟ ପୂର୍ବରୁ ଡ୍ରାଇଭର ଗାଡିର ହେଲ୍ପର କୁ ମୁଣ୍ଡ ବୁଲାଉଥିବା କହି ପାଖକୁ ଡାକିଥିଲେ । ହେଲ୍ପର ଡାଇଭର ପାଖରେ ପହଞ୍ଚିବା ପୂର୍ବରୁ ଗାଡିଟି ରାସ୍ତା କଡ଼କୁ ଓଲଟି ଯାଇଥିଲା। ଯାତ୍ରି ମାନେ ଗାଡି ପଛ ଭଙ୍ଗା ଝରକା ଦେଇ ବାହାରକୁ ବାହାରି ଥିବାବେଳେ ଆହାତ ମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0