କେରଳ: କେରଳର ପାଲକ୍କଡ ପୌରପାଳିକା କାର୍ୟ୍ୟାଳୟରେ ଜୟ ଶ୍ରୀ ରାମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟାନର ଲଗାଇବା ପାଇଁ ବିଜେପି କର୍ମୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ବାସ୍ତବରେ କେରଳରେ ସ୍ଥାନୀୟ ନିର୍ବାଚନରେ ସଫଳତା ପାଇବା ପରେ ବିଜେପି କର୍ମୀମାନେ ଉତ୍ସବ ପାଳନ କରୁଛନ୍ତି। ଡିସେମ୍ବର ୧୭ ରେ ଜୟ ଶ୍ରୀ ରାମ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟାନର ରଖି ପାଲକ୍କଡ ପୌରପାଳିକା ଭବନରେ ରଖିଥିଲେ, ଯାହାକୁ ନେଇ ପରେ ପାଲକ୍କଡରେ ରାଜନୀତି ହୋଇଛି । ସୂଚନାନୁସାରେ, ବିଜେପି କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବ୍ୟାନର ପୌରପାଳିକା ଭବନର ଛାତ ଉପରେ ରଖିଥିଲେ। ୟୁଏଫଡ଼ି ଏବଂ ଏଲଡ଼ିଏ ଏହାକୁ ବେଆଇନ ବୋଲି କହିଛନ୍ତି। ଏଥି ସହ ପାଲକ୍କଡ ସାଂସଦ ତଥା କଂଗ୍ରେସ ନେତା ଭି.କେ ଶ୍ରୀକାନ୍ତ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ପୋଲିସ ନିକଟରେ ଅଭିଯୋଗ କରିବେ ଏବଂ ବିଜେପି କର୍ମୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରରାଯାଇଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0