ଜୟପୁର : ଜୟପୁର ଏକତାଗୁଡ଼ାରେ କୋଲାବ କେନାଲର ବନ୍ଧ ଭାଙ୍ଗିବା ନେଇ ମୂଷାକୁ ଦାୟୀ କରିଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ସେ କହିଛନ୍ତି, ମୂଷା ଗାତ କରିବାଦେବାରୁ ବନ୍ଧରେ ଘାଇ ହୋଇଛି। ସେଥିପାଇଁ ପାଣି ବନ୍ଦ କରାଯାଇଛି। ମରାମତି ଚାଲିଛି, ସନ୍ଧ୍ୟା ସୁଦ୍ଧା ସରିବ। ରବିବାର ସକାଳ ସୁଦ୍ଧା ପାଣି ଛଡ଼ାଯିବ। ଏହା ସହିତ ତଦନ୍ତ କରି ସବିଶେଷ ତଥ୍ୟ ଦେବାକୁ କୋଲାବ ମୁଖ୍ୟ ଯନ୍ତ୍ରୀଙ୍କୁ କୁହାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ଗତ ରାତିରେ ଏକତାଗୁଡ଼ାରେ କେନାଲ ବନ୍ଧ ଭାଙ୍ଗି ଯାଇଥିଲା। ଫଳରେ ଆଖପାଖ ଗାଁରେ ପାଣି ପଶି ଯାଇଥିଲା। ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା। ଜୟପୁର ବିଧାୟକ ତାରାପ୍ରଦାଦ ବାହିନୀପତି ରାତିରେ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ହେଲେ କେହି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ପ୍ରାୟ ୩ରୁ ୪ ଘଣ୍ଟା ପାଣି ମାଡ଼ିବା ପରେ କେନାଲକୁ ବନ୍ଦ କରି ଦିଆଯାଇଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0