spot_img

‘ଜାତୀୟ ଯୁବ ଦିବସ’ରେ ମେଗା ରକ୍ତଦାନ ଶିବିର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଭାବେ ଜାତୀୟ ଯୁବ ଦିବସ ଅବସରରେ ସ୍ଥାନୀୟ ହରିଚନ୍ଦନ ପୁର ଉଚ୍ଚ ବିଦ୍ୟାଳୟ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ସିଡିପିଓ ପ୍ରବୀଣା ନାଏକ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ପହି, ରୋଟାରୀ କ୍ଲବ ସଭାପତି ବସନ୍ତ କୁମାର ପୃଷ୍ଟି ଓ ଆସ୍ପାୟାର ଜିଲ୍ଲା ସଂଯୋଜକ ରବି କୁମାର ପ୍ରମୁଖ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିସହ ଅତିଥି ମାନେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରି ଯୁବ ସମାଜକୁ ସମାଜସେବା କ୍ଷେତ୍ରରେ ଆଗଭର ହେବାକୁ ମାର୍ଗଦର୍ଶନ ଦେଇଥିଲେ । ହରିଚନ୍ଦନ ପୁର ବ୍ଲକ ବିଭିନ୍ନ ପଞ୍ଚାୟତ ରୁ ଯୁବକ ଓ ସମାଜସେବୀ ମାନେ ରକ୍ତ ଦାନ କରିଥିଲେ ଏବଂ ୫୬ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟ ର ଡାକ୍ତର, ଟେକ୍ନିସିଆନ ମାନଙ୍କ ସହ ଆମ ଓଡ଼ିଶାର ବ୍ଲକ୍ ସଭାପତି ଶ୍ରୀନିବାସ ପାଇକରାୟ ଏବଂ ଆସ୍ପାୟାର ର ସମସ୍ତ କାର୍ୟ୍ୟ କର୍ତ୍ତାମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular