ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏବେ ମଧ୍ୟ ପୋଲିସ ହାତ ଖାଲି। ସପ୍ତାହରୁ ଅଧିକ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି। ଅନ୍ୟପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମିଶନରେଟ୍ ପୋଲିସ ଉପରେ ଗିରଫଦାରୀ ନେଇ ଚାପ ବଢିବାରେ ଲାଗିଛି। ଏହି କ୍ରମରେ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ପ୍ରତିକ୍ରିୟା ଦେଇଛନ୍ତି।ସେ କହିଛନ୍ତି ମାମଲାରେ ଗମ୍ଭୀରତାର ସହ ପୋଲିସ ତଦନ୍ତ କରୁଛି ବୋଲି ସେ କହିଛନ୍ତି। ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି । ଏ ଯାଏ ସମସ୍ତ ଅଭିଯୁକ୍ତଙ୍କ ପାଖରେ ପୋଲିସ ପହଞ୍ଚି ପାରିନି। ଅପରପକ୍ଷେ ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲାର ୭ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ଭୁବନେଶ୍ଵର ଡିସିପିଙ୍କୁ କମିଶନ ନୋଟିସ କରିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0