spot_img

୬୬ ବର୍ଷରେ ପାଦ ଦେଲେ ବଲିଉଡର ଏଭର ଗ୍ରୀନ ଅଭିନେତ୍ରୀ ରେଖା

ମୁମ୍ବାଇ: ବଲିଉଡର ଏଭର ଗ୍ରୀନ ଅଭିନେତ୍ରୀ ରେଖା ଆଜି୬୬ ବର୍ଷରେ ପାଦ ଦେଇଛନ୍ତି । ସେ ୧୦ ଅକ୍ଟୋବର ୧୯୫୪ ମସିହାରେ ମାଡ୍ରାସ(ଚେନ୍ନାଇ)ରେ ଜନ୍ମ ହୋଇଥିଲେ । ରେଖା ତେଲୁଗୁ ଅଭିନେତ୍ରୀ ପୁଷ୍ପାବଲୀ ଏବଂ ତାମିଲ ଅଭିନେତା ଜେମିନୀ ଗଣେଶନଙ୍କ ଝିଅ।

main5

୧୯୬୬ ମସିହାରେ ତେଲୁଗୁ ଚଳଚିତ୍ର ରଙ୍ଗୁଲା ରତ୍ନମରେ ଶିଶୁ ଅଭିନେତ୍ରୀ ଭାବରେ ଡେବୁ୍ୟ କରିଥିଲେ । ୧୯୬୯ ମସିହା ଫିଲ୍ମ ଅନଜାନ ସଫର ଥିଲା ତାଙ୍କର ପ୍ରଥମ ବଲିଉଡ଼ ପିଲ୍ମ । ୧୯୮୦ ମସିହାରେ ଫିଲ୍ଲ ଖୁବସୁରତରେ ନିଜର ଚତ୍ମକାର ଅଭିନୟ ପାଇଁ ଶ୍ରେଷ୍ଟ ଅଭିନେତ୍ରୀ ଭାବେ ଫିଲ୍ଲଫେୟାର ଆୱାର୍ଡ ପାଇଥିଲେ । ଅନେକ ଚଳଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ୨୦୧୦ ମସିହାରେ ତାଙ୍କୁ ଭାରତର ଶ୍ରେଷ୍ଠ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ରେଖା ଏବଂ ଅମିତାଭ ବଚ୍ଚନ ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି । ଉଭୟଙ୍କର ଅନସ୍କ୍ରିନ୍ କେମେଷ୍ଟ୍ରି ସବୁବେଳେ ଚର୍ଚ୍ଚା ସାଉଁଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular