ରାୟଗଡ଼ା : ବିଦ୍ୟୁତ ଆଘାତରେ ୨ ଜଣଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଫଙ୍ଗପଡ଼ା ଗ୍ରାମରେ । ଘରେ ସର୍ଟ ସର୍କିଟ ଯୋଗୁ ଶ୍ୱଶୁର ଦହନି ମାଣ୍ଡାଙ୍ଗୀ ଓ ବୋହୂ ସୁମିତ୍ରା ମାଣ୍ଡାଙ୍ଗୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଗତକାଲି ରାତିରେ ଘର କବାଟରେ ବିଦ୍ୟୁତ୍ ତାର ଲାଗିଥିବା ବେଳେ ପ୍ରଥମେ ଶ୍ୱଶୁର ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଶ୍ୱଶୁରଙ୍କୁ ବଞ୍ଚାଇବାକୁ ଆସି ବୋହୂ ସୁମିତ୍ରା ମଧ୍ୟ ଆତ ହୋଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ବିଷମକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଛି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0