ଭୂମି ପେଡ଼ନେକରଙ୍କ ଫିଲ୍ଲ ‘ଦୁର୍ଗାବତୀ’ ଫିଲ୍ମର ନାଁ ବଦଳାଇ ‘ଦୁର୍ଗାମତୀ-ଦ- ମିଥ୍‘ ନାଁରେ ରିଲିଜ ହେବ । ଏହି ଫିଲ୍ମର ଫ୍ରଣ୍ଟ ଲୁକ ସାମ୍ନାକୁ ଆସିଯାଇଛି । ଯାହାକୁ ଅଭିନେତା ଅକ୍ଷୟ କୁମାର ସେୟାର କରିଛନ୍ତି । ହେଲେ ପୁଣି ଥରେ ଏହି ଫିଲ୍ମର ଏକ ନୂଆ ରୂପ ସାମ୍ନାକୁ ଆସିଛି । ଅଭିନେତା ଅକ୍ଷୟ କୁମାର ଫିଲ୍ମଟିର ଟିଜର୍ କୁ ଟ୍ୱିଟର ଆକାଣ୍ଟରେ ସେୟାର କରିଛନ୍ତି । ଟିଜର୍ ରେ ଆପଣ ଭୂମିକୁ ହାତରେ ତ୍ରୀଶୁଳ ଧରିଥିବାର ଦେଖିବାକୁ ପାଇବେ । । ଯାହା ତାଙ୍କ ଫ୍ୟାନ ମାନଙ୍କୁ ଅଧିକ ଅକର୍ଷିତ କରିଛି । ଫିଲ୍ମର ଟ୍ରେଲର କାଲି ରିଲିଜ୍ ହେବ । ଫିଲ୍ମଟିର ନିର୍ଦ୍ଧେଶନା ଦେଇଛନ୍ତି ନିର୍ଦ୍ଧେଶକ ଆଶୋକ । ଫିଲ୍ମଟିି ‘କ୍ୟାଫ୍ ଅଫ ଗୁଡ଼ ହଫ୍ ଏବଂ ଭୁଷଣ କୁମାର’ଙ୍କ ପ୍ରଯୋଜନାରେ ନିର୍ମିତ ହୋଇଛି । ଆସନ୍ତା ଡ଼ିସେମ୍ବର ୧୧ ରେ ଏହା ଆମାଜନ ପ୍ରାଇମ୍ ଭିଡ଼ିଓରେ ଷ୍ଟ୍ରିମିଂ ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0