spot_img

ପୁଞ୍ଜି ନିବେଶର ମୁଖ୍ୟ କେନ୍ଦ୍ର ହେବ ଭାରତ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଞ୍ଜି ନିବେଶର ମୁଖ୍ୟ କେନ୍ଦ୍ର ଭାରତ ହେବ ବୋଲି କହିଛନ୍ତି । ତେବେ ଏହା ସେ ସି ଆଇ.ଆଇ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି । ଏହା ସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏଭଳି ଅନେକ ସଂସ୍କାର ଆଣିଛନ୍ତି ଯାହା ପୂର୍ବରୁ କେବେ ହୋଇନଥିଲା । ଆର୍ଥିକ କ୍ଷେତ୍ରକୁ ଆହୁରି ଅଧିକ ପେଶାଦାର ଭିତ୍ତିକ କରାଯାଉଛି ଓ ସରକାର ପୁଞ୍ଜି ପ୍ରତ୍ୟାହାର ଏବଂ ବେସରକାରୀକରଣ କାର୍ଯ୍ୟସୂଚୀ ଜାରି ରଖିବେ । ଏହା ସହ ଟିକସ କ୍ଷେତ୍ରରେ ସଂସ୍କାର ବିଷୟରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି, ଜ୍ଞାନ ବ୍ୟବହାର ଯୋଗୁଁ ଆଜି ଟିକସ ରିଟର୍ଣ୍ଣ ଦାଖଲ ପ୍ରକିୟା ସହଜ ହୋଇପାରିଛି । ଅନ୍ୟପଟେ ଉଦ୍ୟୋଗ ଟିକସ ହ୍ରାସ ଯୋଗୁଁ ବହୁରାଷ୍ଟ୍ରୀୟ କମ୍ପାନୀ, ବଡ ବଡ କମ୍ପାନୀ ଓ ଛୋଟ କମ୍ପାନୀଗୁଡିକୁ ସରକାର ସହାୟତା କରିବାକୁ ଇଚ୍ଛା ଦେଖାଇଛନ୍ତି ବୋଲି ପ୍ରମାଣିତ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular