spot_img

ଅବଧି ସରିଲାଣି, ସରୁନି ସେତୁ ନିର୍ମାଣ କାମ

ବୌଦ୍ଧ: ଅନୁଗୋଳ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲା ହରଭଙ୍ଗାକୁ ଯୋଡିଛି ମହାନଦୀ । ଏଠାରେ ବ୍ରିଜ ନଥିବାରୁ ଗମନାଗମନର ସୁବିଧା ପାଇଁ ୨୦୧୫ରେ ବୌଦ୍ଧ ଖରଶଙ୍କୁଲେଇ ଠାରେ ଧଳପୁର-ଆଠମଲ୍ଲିକ ଦ୍ବିତୀୟ ସେତୁର ଶିଳାନ୍ୟାସ ହୋଇଥିଲା। ବ୍ରିଜ ୨୦୧୯ ମସିହାରେ ଲୋକାର୍ପିତ ହେବା କଥା । ଅବଧି ସରିଲାଣି କିନ୍ତୁ ସୁରୁନି ସେତୁର ନିର୍ମାଣ କାମ।

୫୦ ପ୍ରତିଶତ କାମ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୪ ବର୍ଷ ବତିଯାଇଥିଲେ ମଧ୍ୟ ସେତୁର କାମ ସରିନି । ବିଭାଗୀୟ ଅଧିକାରୀ ତଥା ଠିକାଦାରଙ୍କ ଖାମଖିଆଲ ନୀତି ପାଇଁ ଅବଧି ସରିଥିଲେ ବି କାମ ସରିନି । ଲୋକେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଏବେ ଡଙ୍ଗାରେ ନଦୀ ପାରି ହେଉଛନ୍ତି ।

ଏହି ସେତୁ ନିର୍ମ।ଣ ପାଇଁ ୧୬୮ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ୨୦୧୬ ମସିହାରେ କାମ ଆରମ୍ଭ ହୋଇ ୨୦୧୯ରେ ସରିବା କଥା। ତେବେ ଠିକା ସଂସ୍ଥାର ବେପାରୁଆ କାମ ଯୋଗୁଁ କାମ ସରିପାରୁନଥିବା ଅଭିଯୋଗ ହୋଇଛି ।
ତେବେ ଏନେଇ ଜିଲ୍ଲାପାଳ କହିଛନ୍ତି ଆସନ୍ତା ଡିସେମ୍ବର ମାସ ଶେଷ ଶୁଦ୍ଧା ବ୍ରିଜ ନିର୍ମାଣ କାମ ଶେଷ ହେବ । ଧଳପୁର-ଆଠମଲ୍ଲିକ ବ୍ରିଜର ନିର୍ମ।ଣ କାମ କେବେ ଶେଷ ହେବ ଏବଂ ଲୋକେ ସୁବିଧାରେ ଗମନାଗମନ କରିପାରିବେ ତାକୁ ହିଁ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular