spot_img

ପାୟଲ ଘୋଷଙ୍କ ଉପରେ ରିଚା ଚଢ଼୍‌ଢ଼ାଙ୍କ ମାନହାନି କେସ୍‌

ନୂଆଦିଲ୍ଲୀ: ବଲିଉଡ଼୍ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଉପରେ ଯୌନ ଶୋଷଣ ଆରୋପ ଲଗାଇଥିବା ପାୟଲ ଘୋଷ ମାନହାନି କେସରେ ଫସି ଯାଇଛନ୍ତି । ଅଭିନେତ୍ରୀ ରିଚା ଚଢ଼୍‌ଢ଼ା ତାଙ୍କ ଉପରେ ୧.୧ କୋଟିର ମାନହାନି ମକଦ୍ଦମା ଦାୟର କରିଛନ୍ତି । ବର୍ତ୍ତମାନ ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଅକ୍ଟୋବର ୭ ତାରିଖ ଧାର୍ଯ୍ୟ କରିଛନ୍ତି । କୋର୍ଟର କହିବାନୁସାରେ ଯାହାଙ୍କ ବିପକ୍ଷରେ ମାମଲା ଦାୟର ହୋଇଛି, ତାଙ୍କୁ ନୋଟିସ ଦିଆଯାଇନାହିଁ । ତେଣୁ କୋର୍ଟରେ ହାଜର ହେବା ପାଇଁ ତାଙ୍କୁ ଗୋଟିଏ ଦିନ ସମୟ ଦିଆଯାଇଛି । ସୂଚନା ଯୋଗ୍ୟ କି ପାୟଲ ଅନୁରାଗଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିବା ସମୟରେ ନିଜ ପକ୍ଷ ରଖିଥିଲେ । ଅନୁରାଗଙ୍କ ସହ କାମ କରିବା କିଛି ବି କରିବା ପାଇଁ ରାଜି ହେଉଥିବା କିଛି ଅଭିନେତ୍ରୀଙ୍କ ନାମ ନେଇଥିଲେ । ଯେଉଁଥିରେ ରିଚା ଚଢ଼୍‌ଢ଼ା, ମାହି ଗିଲ ଓ ହୁମା କୁରେଶୀଙ୍କ ନାମ ଥିଲା । ପାୟଲଙ୍କ ଏହି ବୟାନ ଉପରେ ରିଚା ଚଢ଼୍‌ଢ଼ା ମାନହାନି ମକଦ୍ଦମା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular