କଟକ: କଟକ ସହରରେ ନକଲି ଘିଅ, ତେଲ, ମସଲା ଓ ଜର୍ଦ୍ଦା ପରେ କମିଶନରେଟ୍ ପୋଲିସ ଅପମିଶ୍ରିତ ସୋୟା ବଡ଼ି କାରଖାନା ଠାବ କରିଛି । କଟକର ଜଗତପୁର ଅଞ୍ଚଳରେ ରହିଛି ଏହି ଅପମିଶ୍ରିତ ସୋୟା ବଡ଼ି କାରାଖାନା । ଏହି ଅପମିଶ୍ରିତ ସୋୟା ବଡ଼ି ପ୍ରସ୍ତୁତ କରାଯାଇ ମହକ ବ୍ରାଣ୍ଡରେ ବିକ୍ରି କରାଯାଉଥିଲା । ଏହି ନକଲି କାରଖାନାରେ ଚାଉଳ ଓ ରାସାୟନିକ ସାମଗ୍ରୀ ବ୍ୟବହାର କରି ସୋୟା ବଡ଼ି ତିଆରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ କମିଶନରେଟ୍ ପୋଲିସ ଚଢ଼ାଉ କରି ବିପୁଳ ଅପମିଶ୍ରିତ ସୋୟା ବଡ଼ି ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0