ଆର୍ଥିକ ସମସ୍ୟାରେ ଗତି କରୁଥିବା ଦୂର ସଂଞ୍ଚାର କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଏବଂ ମହାନଗର ଟେଲିଫୋନ ନିଗମ ଲିମିଟେଡ (ଏମଟିଏନଏଲ) ର ମନିଟାଇଜେସନ ପ୍ରକ୍ରିୟା ଅର୍ଥାତ ସମ୍ପତ୍ତି ବିକ୍ରି କରିବାର ପ୍ରକ୍ରିୟା ତ୍ରୀବ ହୋଇଛି । ଏନେଇ କେନ୍ଦ୍ର ସରକାର ଏହି କମ୍ପାନୀର ଜମି ବିକ୍ରୀ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।
କରୋନା ମହାମାରୀର ପ୍ରଥମ ପର୍ଯ୍ୟାୟରେ ନିବେଶ ଏବଂ ସାର୍ବଜନିକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (DIPAM) ସମ୍ପତ୍ତି ବିକ୍ରୀୁ କରିବାର ସମ୍ଭାବନାକୁ ତଦନ୍ତ କରିବାର ଦାୟିତ୍ୱ କଂସଲ୍ଟୌସୀ ଫର୍ମ ସିବିଆରଇ, ଯୋସ ଲଂଗ ଲାସେଲ (JLL) ଏବଂ ନାଇଟ୍ ଫ୍ରାଙ୍କକୁ ବିକ୍ରୀ କରିଛି । ରିପୋର୍ଟ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଏହାର ରିପୋର୍ଟ ଜାରି କରିବେ । ସୂଚନା ମୁତାବକ ଏହି ବିକ୍ରୀ ଟଙ୍କାର ବ୍ୟବହାର କମ୍ପାନୀର ପରିସ୍ଥିତି ସୁଧିରିବା ପାଇଁ କରାଯିବ । ବିଏସଏନଏଲ ଏବଂ ଏମଟିଏନଏଲର ସମୁଦାୟ ୩୭୫୦୦କୋଟି ଟଙ୍କାର ସମ୍ପତ୍ତି ବିକ୍ରୀ କରାଯିବ, ଯେଉଁଥିରେ କମ୍ପାନୀଯର ଖାଲି ଜମି ଏବଂ ବିଲ୍ଡିଂ ସାମିଲ ରହିଛି । ଏନେଇ ସରକାର କରଜରେ ବୁଡି ରହିଥିବା କମ୍ପାନୀର ଖର୍ଚ୍ଚ ହଟାଇବା ପାଇଁ କକର୍ମଚାରୀଙ୍କୁ ସୈଚ୍ଛୁକ ସେବାନିବୃତର ବିକଳ୍ପ ଜାରି କରାଯାଇଥିଲା ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0