spot_img

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସୁଶାନ୍ତଙ୍କ ହମସକଲ୍

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଫ୍ୟାନ୍ସମାନେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରୁଛନ୍ତି । ଏସବୁ ଭିହିଓ ମଧ୍ୟରେ ସୁଶାନ୍ତ ସିଂହଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସଚିନ ତିୱାରୀ । ସୋସିଆଲ ମିଡିଆରେ ସଚିନଙ୍କର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଅବିକଳ ସୁଶାନ୍ତଙ୍କ ଭଳି ନଜର ଆସିଛନ୍ତି । କେବଳ ଏତିକି ନୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଫଲୋର୍ସ ବଢି ୧୦ ହଜାରରୁ ଅଧିକ ହୋଇଛନ୍ତି ।

 

View this post on Instagram

 

Kya yaad aaya..

A post shared by Sachin Tiwari (@officialtiwarisachin) on

ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଦେଖାଯାଉଥିବା ସଚିନ ତିୱାରୀ ନିଜର ଫେସବୁକ୍ ପେଜରେ ଲୋକଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ତାଙ୍କ ଭିଡିଓରେ ଅନେକ ଲୋକ ପତ୍ରିକ୍ରିୟା ରଖିବା ସହ କେହି କେହି ଅବିକଳ ସୁଶାନ୍ତ ଭଳି ନଜର ଆସୁଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular