spot_img

ସୁନ୍ଦରଗଡ଼ ଜିଲ୍ଲାରେ ‘ସୁପରସ୍ପ୍ରେଡର୍ ଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଯାହାଫଳରେ ବୃଦ୍ଧ ଜଣକ ଜିଲ୍ଲାର ଜଣେ ‘ସୁପରସ୍ପ୍ରେଡର୍’ ପାଲଟି ଯାଇଛନ୍ତି। ଜିଲ୍ଲାପାଳଙ୍କ ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲାର ସେକ୍ଟର-୧୬ ଏ ବ୍ଲକର ଜଣେ ୬୪ ବର୍ଷିୟ ବୃଦ୍ଧ ପଜିଟିଭ ଚିହ୍ନଟ ହେବା ପରେ ଗତ ୨ ତାରିଖରେ ତାଙ୍କୁ ପ୍ରଥମେ ଇଏସ୍ ଆଇ ମଡେଲ୍ ହସ୍ପିଟାଲରେ ଭ଼ର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇଜିଏଚକୁ ରେଫର୍ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗତକାଲି ୪୯ ଓ ଆଜି ୪୬ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏଯାବତ୍ ଉକ୍ତ ବୃଦ୍ଧ ଓ ତାଙ୍କ ପରିବାର ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୫୦ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସଂକ୍ରମିତମାନେ ମୁଖ୍ୟତଃ ବାସନ୍ତୀ କଲୋନୀ, ଗୋଲଘର ଅଞ୍ଚଳର ହୋଇଥିବାରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାପରେ ସେଠାକାର ବାସିନ୍ଦାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ୱାବ୍ ସଂଗ୍ରହ କରାଯାଉଛି। ସଂକ୍ରମଣ ନ ବ୍ୟାପିବା ପାଇଁ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲ୍, ବିପିୟୁଟି କୋଭିଡ୍ କେଆର୍ ସେଣ୍ଟର୍ ଓ ଡିଏଭି ପଲିଟେକନିକ୍ କୋଭିଡ୍ କେଆର୍ ସେଣ୍ଟରରେ ୨୦୦ରୁ ଅଧିକ ଲୋକଙ୍କୁ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular