spot_img

୧୮,୦୦୦ କୋଟିର ସମ୍ପତ୍ତି ବିକିବ ବିଏସଏନଏଲ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଦେଶର ସରକାରୀ ଦୂରସଞ୍ଚାର କମ୍ପାନୀ ବିଏସଏନଏଲ ୧୮,୦୦୦ କୋଟିର ସମ୍ପତ୍ତି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଏହା ସହ କମ୍ପାନୀ ସଭରେନ୍ ଗ୍ୟାରେଣ୍ଟି ବଣ୍ଡ୍ ଜାରି କରି ୮,୫୦୦ କୋଟି ଟଙ୍କା ଯୋଗାଡ଼ କରିଛି । ସରକାର ବିଏସଏନଏଲର ପୁନରୁଦ୍ଧାର ପାଇଁ ୮,୫୦୦ କୋଟି ଟଙ୍କା ଯୋଗାଡ଼ କରିବାକୁ ମଞ୍ଜୁରୀ ଦେଇଥିଲେ । ଏ ସମ୍ପର୍କରେ ବିଏସଏନଏଲ ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ପି.କେ ପୁରୱାର କହିଛନ୍ତି କି କମ୍ପାନୀ ଏକ ବର୍ଷ ମଧ୍ୟରେ ୧୮,୦୦୦ କୋଟି ସମ୍ପତ୍ତି ବିକ୍ରି କରିବାକୁ ଯୋଜନା କରୁଛି । ବର୍ତ୍ତମାନ କ୍ଷତିରେ ଚାଲୁଥିବା କମ୍ପାନୀ ୨୦୨୧ ସୁଦ୍ଧା ପରିଚଳାନା ଲାଭ ସ୍ଥିତିକୁ ଆସିଯିବ ବୋଲି ସେ ଆଶା ରଖିଛନ୍ତି । ବଣ୍ଡକୁ ୧୦.୩୦ରେ ଖୋଲଯୋଇଥିଲା ଓ ୧୨ଟାରେ ବନ୍ଦ କରାଯାଇଥିଲା । ବଣ୍ଡକୁ ଦୁଇଗୁଣରୁ ଅଧିକ ନିଲାମୀ ଆବେଦନ ମିଳିଥିଲା ।୧୭,୧୭୦ କୋଟି ଟଙ୍କା ମିଳିଥିଲେ ମଧ୍ୟ ମଞ୍ଜୁରୀ ଅନୁସାରେ ୮୫୦୦ କୋଟି ଟଙ୍କା ସ୍ୱୀକାର କରାଯାଇଥିଲା ବୋଲି ସେ କହିଛନ୍ତି । ବିଏସଏନଏଲକୁ ୧୭,୧୮୩ କୋଟି ଟଙ୍କାର ୨୨୯ ଟି ନିଲାମୀ ମିଳିଥିଲା । ଏହି ବଣ୍ଡ୍ ୬.୭୯ କୁପନ ଦର ଅନୁସାରେ ୧୦ ବର୍ଷ ପାଇଁ ଏହା ଜାରି କରାଯାଇଛି । ବିଏସଏନଏଲ ବଣ୍ଡରେ ଆଇସିଆଇସିଆଇ ପ୍ରୁଡେନସିଆଲ ବଣ୍ଡ, ରାଷ୍ଟ୍ରୀୟ ପେନସନ ଯୋଜନା, ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଭାଗ ନେଇଥିଲେ । ବିଏସଏନଏଲର ଚେୟାରମ୍ୟାନଙ୍କ କହିବାନୁସାରେ କମ୍ପାନୀ ୫ ଜି ପାଇଁ ମଧ଼୍ୟ ଆବେଦନ କରିଛି । କିନ୍ତୁ ସରକାରଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏହାର ଭାଗିଦାରୀର ସମୀକ୍ଷା କରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular