spot_img

ଆଣ୍ଟିଜେନ୍ କିଟ୍ ଖରାପରୁ ରିପୋର୍ଟ ପଜିଟିଭ୍: ସ୍ୱାସ୍ଥ୍ୟ ସଚିବ

ସମ୍ବଲପୁର: ବୁର୍ଲା ସ୍ଥିତ ଭିସୁଟର କୌଣସି ଛାତ୍ର କରୋନାରେ ଆକ୍ରାନ୍ତ ହୋଇନାହାନ୍ତି। କିଟ ଖରାପ ଥିବା ଯୋଗୁଁ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଭିସୁଟରେ ୨୫ରୁ ଅଧିକ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଆଜି ଏଭଳି କିଛି ସ୍ପଷ୍ଟିକରଣ ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ସେ କହିଛନ୍ତି, ପ୍ରଥମେ ଭିସୁଟରେ କିଛି ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ପରେ ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। ପୂର୍ବରୁ ଟେଷ୍ଟ କରାଯାଇଥିବା କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular