ରାଉରକେଲା : ବସ୍ ରେ ଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଲାଠିକଟାରୁ ରାଉରକେଲା ଆସୁଥିବା ମା’ ତାରିଣୀ ବସ୍ ୧୪୩ ନମ୍ବର ଜାତୀୟ ରାଜପଥ ବାଲୁଘାଟ ନିକଟରେ ଦୁର୍ଗଟଣାଗ୍ରସ୍ତ ହୋଇଛି । ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ପିଟିଲା ବସ୍ । ବସ୍ ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ୧୦ରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି । ଘଚଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0