କାଳିଆପାଣି : ଯାଜପୁର ଜିଲ୍ଲା ଟମକା ପୁଲିସ ପକ୍ଷରୁ ଶନିବାର ସକାଳେ ସୀମାନ୍ତ ଇଲାକା ଜନିନ୍ଦାପାଳରେ ଚଢ଼ଉ କରାଯାଇ ଏକ ପଥର ବୋଝେଇ ଭ୍ୟାନକୁ ଜବତ କରାଯିବା ସହ ଗାଡ଼ି ମାଲିକ ତଥା ଚାଳକକୁ ଗିରଫ କରାଯାଇଛି। ଏହି ବିରଳ ମୁଗୁନି ପଥର ଦୈତାରୀ ଓ ରେବଣା ସଂରକ୍ଷିତ ଜଙ୍ଗଲରୁ ସଂଗୃହୀତ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଅଭିଯୁକ୍ତଜଣକ ଭଦ୍ରକ ଜିଲ୍ଲା ଆଗରପଡ଼ାର ମୂଳବାସିନ୍ଦା ମୂର୍ତ୍ତି ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ବେହେରା। ସେ ଏବେ ଘଟଣାସ୍ଥଳଠାରୁ ପ୍ରାୟ ୩ କିଲୋମିଟର ଦୂର ବାରିଗାଁ ବସ୍ତିରେ ରହୁଥିବା ସୂଚନା ମିଳିଛି। ଭ୍ୟାନରେ ୩ ଟନରୁ ଅଧିକ ଓଜନର ମୂଲ୍ୟବାନ ମୁଗୁନି ପଥର ଥିବାବେଳେ ୨ ରୁ ୩ ଫୁଟ ଉଚ୍ଚତା ବିଶିଷ୍ଟ ଅଧିକାଂଶ ପଥର ରହିଛି।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0