ଭଦ୍ରକ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଂଚଳରେ ହାତୀ ଉପଦ୍ରଵ ଥମିବାର ନାଁ ଧରୁନି । ଗତ ସପ୍ତାହରେ ହାତୀ ଆକ୍ରମଣରେ ତିନିଜଣ ଗୁରୁତର ହୋଇଥିବାବେଳେ ଆଜି ପୁଣି ଅନ୍ୟଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରିଛି । ଫଳରେ ପୁଣି ଜଣେ ଚାଷୀ ଗୁରୁତର ହୋଇଛନ୍ତି ।
ଗୁରୁତର ଚାଷୀଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଗୁରୁତର ଚାଷୀ ଜଣଙ୍କ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବସୋଇ ଗ୍ରାମର ମାଗୁଣି ସାହୁ।ରବିବାର ସକାଳେ ମାଗୁଣି ବିଲକୁ ଯାଉଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ।ଫଳରେ ହାତୀ ଶୁଣ୍ଢରେ ଟେକି ତାଙ୍କୁ କଚାଡି ଦେଇଥିଲା। ଗୁରୁତର ଭାବେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ହାତୀ ଆକ୍ରମଣରେ ତାଙ୍କର ଅଣ୍ଟା ଓ ହାତ ଭାଙ୍ଗି ଯାଇଥିବାର ଜଣାପଡିଛି।
୭ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ଯାହାକୁନେଇ ଅଞ୍ଚଳବାସୀ ଭୟଭୀତରେ ରହିଛନ୍ତି।ଗତ ସପ୍ତାହରେ ହାତୀ ଆକ୍ରମଣରେ ୩ଜଣ ଗୁରତର ଭାବେ ଆହତ ହୋଈ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ତେବେ ବର୍ତ୍ତମାନ ଚାଷ ଅମଳର ସମୟ ହୋଈଥିବାରୁ ହାତୀମାନଙ୍କ ଉପଦ୍ରବ ବଢିଚାଲିଛି।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0