spot_img

ପ୍ରଶାସନିକ ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ଉପରେ ଖପ୍ପା ପ୍ରଧାନ ବିଚାରପତି

ଦେଶରେ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ଆପତ୍ତିଜନକ ଆଚରଣ ଏବଂ ମନୋଭାବକୁ ନେଇ ଆପତ୍ତି ଉଠାଇଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମନା। ଛତିଶଗଡର ଏଡିଜି ଗୁରୁଜୀନ୍ଦର ପାଲ ସିଂ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାମଲାରେ ଗିରଫଦାରୀରୁ ସୁରକ୍ଷା ପାଇଁ କରାଯାଇଥିବା ନିବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶରେ ପ୍ରଶାସନିକ ଅଧିକାରୀ, ବିଶେଷକରି ପୁଲିସ ଅଧିକାରୀମାନେ କିପରି ଆଚରଣ କରୁଛନ୍ତି, ସେଥିପାଇଁ ମୋର ଅନେକ ଆପତ୍ତି ରହିଛି। ସେ କହିଛନ୍ତି ଯେ, ଦେଶରେ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ଆପତ୍ତିଜନକ ଆଚରଣ ଏବଂ ମନୋଭାବକୁ ନେଇ ହୋଇଥିବା ଅଭିଯୋଗର ଯାଞ୍ଚ ପାଇଁ ସେ ଏକ ସ୍ଥାୟୀ କମିଟି ଗଠନ କରିବାକୁ ଯୋଜନା କରିଥିଲେ। କିନ୍ତୁ ସେ ଏହି ଯୋଜନାକୁ ପରେ କାର୍ଯ୍ୟକାରୀ କରିବେ ବୋଲି ରଖିଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular