ଅସ୍ତରଙ୍ଗ : ଆଜି ହେଉଛି ପବିତ୍ର ସୁଦଶା ବ୍ରତ l ଶୁକ୍ଲପକ୍ଷ ଦଶମୀ ତୀର୍ଥ ରେ ପାଳିତ ହୋଇଥାଏ ଏହି ବ୍ରତ l ଏହି ବ୍ରତକୁ ମା ଲଷ୍ମୀଙ୍କ ଉଦେଶ୍ୟ ରେ ଵିଭାହିତ ମହିଳା ମାନେ ପାଳନ କରିଥାନ୍ତି l ଏଥିପାଇଁ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ର ବିଭିନ୍ନ ଲଷ୍ମୀମନ୍ଦିର ରେ ଭିଡ଼ ଲାଗିଥିଲା l ଭକ୍ତ ମାନେ କୋଭିଡି କଟକଣା ମାନି ପୂଜା ଅର୍ଚନା କରିଥିଲେ l ନଗର ଗ୍ରାମ ସ୍ତିତ ଲଷ୍ମୀନାରାୟଣ ମନ୍ଦିର ବହୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ସକାଳୁ ସକାଳୁ ବିବାହିତା ମହିଳା ମାନେ ଧୂପ ,ଦୀପ ,ନବେଦ୍ୟ ,ମା ଲଷ୍ମୀଙ୍କ ନିକଟରେ ଅର୍ପଣ କରି ବ୍ରତ ପୂଜା କରିଥିଲେ l ମା ଲଷ୍ମୀଙ୍କ ଦଶ ଟି ନାମ ମନରେଉଚ୍ଚାରଣ କରି ବ୍ରତ ରେ ଦଶ ଟି ଗଣ୍ଠି ପକାଇବ୍ରତ ପୂଜା କରିଥିଲେ l ବ୍ରତ ପାଳନ କଲେ ପରିବାର ସୁଖ ଶାନ୍ତି ରେ ରହିଥାଏ ବୋଲି ବିଶ୍ୱାସ ରହିଛି l ହିନ୍ଦୁ ଧର୍ମ ରେ ଏହି ବ୍ରତ ର ରହିଛି ନିଆରା ପରମ୍ପରା l



Visitors Today : 0
Total Visitors : 130169
Total Views : 9891615
Visitors Online Now : 0