ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାଶ ବନାଞ୍ଚଳରେ ଦନ୍ତାହାତୀର ଉପଦ୍ରବ ଜାରି ରହିଛି । ଲଗାତର ୨ଦିନ ତଳେ ୨ଜଣ ଚାଷୀଙ୍କୁ କଚାଡି ମାରିଥିବା ବେଳେ ପୁଣି ଆଜି ଜଣଙ୍କ ମାରିଦେଇଛି ଦନ୍ତା । ମଙ୍ଗଳବାର ଦିନ ଦନ୍ତା ଆକ୍ରମଣରେ ଲକ୍ଷ୍ମଣ ମହାନ୍ତିଙ୍କ ମୃତ୍ୟୁ ହୋଇଛି ।ଲକ୍ଷ୍ମଣ ତାଙ୍କ ଝିଅ ଘର ଦାମୋଦର ନାଳୀକୁ ଆସିଥିଲେ । ଆଜି ଭୋର ସମୟରେ ସେ ଶୌଚ ହେବାକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ ଦନ୍ତାହାତୀ ତାଙ୍କୁ ଟେକି କଚାଡି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।ସ୍ଥାନୀୟ ଅଞ୍ଚଳରେ ଲଗାତର ଭାବେ ହାତୀ ଉପଦ୍ରବ ଜାରି ରହିଛି । ଯାହାକୁ ନେଇ ବନବିଭାଗ ଉପରେ ଅସନ୍ତୋଷ ଦେଖାଦେଇଛି । ସେପଟେ ଅଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0