spot_img

କୋର୍ଟର ଉଦଘାଟନ ପରେ ଛାତଫାଟି ଖସୁଛି ସିମେଣ୍ଟ

ହିଞ୍ଜିଳି: ନୂତନ କୋର୍ଟ ଉଦଘାଟନର କୋଟିଏ ଦିନ ପରେ ଛାତଫାଟି ଖସୁଛି ସିମେଂଟ ପଲସ୍ତରା । ହିଞ୍ଜିଡ଼ିକାଟୁ ସହରରେ ନୂତନ ଭାବେ ନିର୍ମାଣ ହୋଇଥିଲା ଦେୱାନି ଏବଂ ଫୌଜଦାରୀ ଅଦାଲତ । ଯାହାକୁ ବୁଧବାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ନୁତନ ବିଲ୍ଡ଼ିଙ୍ଗର ଭିତରପଟ ରୁମରେ ନିମ୍ନମାନର କାମ ହୋଇଥିବା କଥା ସାମ୍ନାକୁ ଆସିଛି । ରୁମର କାନ୍ଥରୁ ପଲସ୍ତରା ଖସି ତଳେ ପଡ଼ିଥିବା ସହ ବାହାରପଟ ଛାତ ଫାଟି ଆଁ କଲାଣି । ନୂତନ କୋଠାଟି ୪କୋଟି ୭ଲକ୍ଷ ୬୮ ହଜାର ଅଟକଳ ମୂଲ୍ୟରେ ନର୍ମାଣ ହୋଇଥିଲା । ମାତ୍ର ଦିନକ ପରେ ଏପରି ପରିସ୍ଥତି ନିମ୍ନମାନର କାମ ହୋଇଥିବା ସୂଚାଉଛି । ଫଳରେ କୋଠା ନିର୍ମାଣ କରୁଥିବା ସଂସ୍ଥା ଓ ଠିକାଦାରଙ୍କ ମଧ୍ୟରେ ଭିତିରି ମଧୂଚନ୍ଦ୍ରିକା ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular