ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ରାଜ୍ୟ ସରକାର ଅନେକ ରାସ୍ତା ନିର୍ମାଣ କରିବା ସହିତ ଅନେକ ସେତୁ ନିର୍ମାଣ କରିଛନ୍ତି । ସେହିଭଳି ରାଜ୍ୟ ସରକାର ଆଉ ଏକ ସେତୁ ନିର୍ମାଣ କରିଛନ୍ତି ଯାହାର ନାମ ହେଉଛି T ସେତୁ । କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଆୟୋଜିତ ଏକ ସଭାରେ ଜନସାଧାରଣକୁ ଉଦ୍ବୋଧନ ଜଣାଇଥିଲେ । ପ୍ରତିବର୍ଷ ଲକ୍ଷାଧିକ ଟଙ୍କାରେ ସିଂହନାଥ ପୀଠକୁ ନିର୍ମାଣ ହେଉଥିବା ରାସ୍ତା ବର୍ଷା ଋତୁରେ ପୁଣି ମହାନଦୀରେ ଲୀନ ହୋଇଯାଏ ଏବଂ ଏହାଦ୍ୱାରା ମଧ୍ୟ ଅନେକ ସମୟରେ ଅନେକ ଅଘଟଣ ଘଟୁଥିବାର ଦେଖିବାକୁ ମିଳିଥାଏ । ସେ ସବୁକୁ ଦୃଷ୍ଟିରେ ରଖି ବାବା ସିଂହନାଥ ପୀଠ କୁ ତଥା ବଡମ୍ବା ନରସିଂହପୁର ରୁ ବାଙ୍କି ଖୋର୍ଦ୍ଧା କୁ ଯାତାୟାତ କରିବା ପାଇଁ ସେତୁ ନିର୍ମାଣର ଦାବି ହୋଇଆସୁଥିଲା ।ଯାହାକୁ ମୁଖ୍ୟମନ୍ତ୍ରୀ କଥାଦେଇଥିଲେ ଏବଂ ସେ ତାଙ୍କର କଥା ମଧ୍ୟ ରଖିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଡମ୍ବା ନରସିଂହପୁର ବାସୀ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0