ବାଲେଶ୍ୱର : କମର୍ଦ୍ଦା ଥାନା ଅନ୍ତର୍ଗତ ବାହାର୍ଦ୍ଦା ଏସଏସଜି ଫ୍ଲାଏ ଆସ୍ ଇଟା କାରଖାନାର ମିକ୍ସଚର ମେସିନରେ ପଡି ଶ୍ରମିକର ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଲେ ନାଚିନ୍ଦା ପଞ୍ଚାୟତ ଡେଉଁର ଗ୍ରାମର ଜୟନାରାୟଣ ଗିରିଙ୍କ ପୁଅ ଅର୍ଦ୍ଧେନ୍ଦୁ ଗିରି । କାରଖାନାର ମିକ୍ସଚର ମେସିନ ଚାଲିଥିଲା ବେଳେ ଅର୍ଦ୍ଧେନ୍ଦୁ କୌଣସି କାରଣରୁ ମିକ୍ସଚର ମେସିନ ରେ ପଡି ଯାଇଥିଲେ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0