ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଥମିବାରେ ନାମ ନେଉନଥିବା ବେଳେ ଏବେ ହ୍ୟାକିଂ କରି ତଥ୍ୟ ଚୋରି କରିବା ପାଇଁ ଚେଷ୍ଟା କରୁଛନ୍ତି ଚାଇନାର ହ୍ୟାକରମାନେ । ସୂଚନା ଅନୁସାରେ, ଫ୍ଲିପକାର୍ଟର ବିଗ ବିଲିୟନ ଦିନ ବିକ୍ରି ସମୟରେ ଦୁଇଟି ଚାଇନିଜ୍ ହ୍ୟାକର୍ ଗ୍ରୁପ୍ ଗୁଆଙ୍ଗଡଙ୍ଗ ଏବଂ ହେନାନ୍ ଲୋକଙ୍କ ତଥ୍ୟ ଚୋରି କରିବା ପାଇଁ ଚେଷ୍ଟା କରିଛନ୍ତି। ଏହି ସୂଚନା ସାଇବର ପେସ୍ ଫାଉଣ୍ଡେସନ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ, ଚାଇନିଜ୍ ହ୍ୟାକରମାନେ ଫ୍ଲିପକାର୍ଟ ପରି ଆମାଜନ ବିଗ୍ ବିଲିୟନ ଡେ ନାମରେ ଏକ ଲକି ଡ୍ର ମଧ୍ୟ କରିଥିଲେ। ହେଲେ ଆମାଜନ ପକ୍ଷରୁ ଏହାର ନାଁ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ରଖାଯାଇଥିଲା। ଏହି ଖେଳର , ହ୍ୟାକରମାନେ ୧୨୮ ଜିବି ଷ୍ଟୋରେଜ୍ ସହିତ ଲୋକଙ୍କୁ ଓପୋ ଏଫ-୧୭ ପ୍ରୋ ଦେବାକୁ କହି ଠକେଇ କରିଥାନ୍ତି। ଏହା ପରେ ଗୋଟିଏ ଲିଙ୍କକୁ ସେୟାର କରିବାକୁ କୁହାଯାଇଥାଏ। ତେବେ ଏହି ଲିଙ୍କ ସମସ୍ତ ଲିଙ୍କ୍ ଚାଇନାର ଆସିଥିଲା ବୋଲି ଜଣାପଡ଼ିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0