ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣ ଗୁରୁତର ଥିବା ଜଣାପଡିଛି ।ସମସ୍ତଙ୍କୁ ଉଦ୍ଧା କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତରଙ୍କ ମଧ୍ୟରୁ ଜଣେ ପ୍ରସୂତି ଥିବା ଜଣାପଡିଛି । ଦୁର୍ଘଟଣାରେ ପ୍ରସୂତିଙ୍କ ଗୋଡ଼ କଟିଯାଇଥିବାର ସୂଚନା ରହିଛି । ପ୍ରସୂତିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ସେହିପରି ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କୁ ଖଇରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0