ସମ୍ବଲପୁର : ବୁର୍ଲା ପିସି ବ୍ରିଜ ଉପରୁ ଡେଇଁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ଯୁବକଙ୍କ ମୃତଦେହ ଚିପିଲିମା ପାଓ୍ବାର ହାଉସରେ ଭାସୁଥିଲା । ପରିବାର ଲୋକଙ୍କୁ ଡାକି ପୋଲିସ ମୃତଦେହ ଚିହ୍ନଟ କରିଛି । ସୂଚନା ଅନୁସାରେ, ଗତକାଲି ବୁର୍ଲା ପିସି ବ୍ରିଜରୁ ମହାନଦୀକୁ ଡେଇଁ ସମ୍ବଲପୁରର ଯୁବକ ନିଖୋଜ ଥିଲେ । ବ୍ରିଜ ଉପରୁ ଯୁବକଙ୍କ ସ୍କୁଟି, ଚପଲ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଯୁବକ ଜଣଙ୍କ ଗତକାଲିଠାରୁ ନିଖୋଜ ଥିବା ନେଇ ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0