ଚଳିତ ବର୍ଷ ୫ ଜୁନ୍ ରୁ ୫ଜୁଲାଇ ମଧ୍ୟରେ ତୃତୀୟ ଚନ୍ଦ୍ରଗ୍ର୍ରହଣ ପଡ଼ିବାକୁ ଯାଉଛି । ୫ଜୁଲାଇରେ ହେବାକୁ ଥିବା ଗ୍ରହଣ ବର୍ଷର ୪ର୍ଥ ଗ୍ରହଣ ଏବଂ ତୃତୀୟ ଚନ୍ଦ୍ରଗ୍ର୍ରହଣ । ଏହା ପୂର୍ବରୁ ୧୦-୧୧ ଜାନୁଆରୀରେ ଆଶିଂକ ଚନ୍ଦ୍ରଗ୍ର୍ରହଣ ୫ଜୁନରେ ଛାୟା ଚନ୍ଦ୍ରଗ୍ରହଣ ଏବଂ ୨୧ ଜୁନ୍ରେ ସୂର୍ଯ ପରାଗ ହୋଇଥିଲା ।
୫ଜୁଲାଇରେ ହେବାକୁ ଯାଉଛି ଛାୟା ଚନ୍ଦ୍ରଗ୍ର୍ରହଣ
ଶାସ୍ତ୍ର ଅନୁଯାୟୀ ୫ଜୁଲାଇରେ ହେବାକୁ ଯାଉଛି ଛାୟା ଚନ୍ଦ୍ରଗ୍ର୍ରହଣ । ଏହି ଗ୍ରହଣରେ ଚନ୍ଦ୍ର ଏବଂ ସୂର୍ଯ୍ୟ ମଧ୍ୟରେ ପୃଥିବୀ ଅବସ୍ଥାନ କରିଥାଏ । ପୃଥିବୀ ଅବସ୍ଥାନ ଯୋଗୁଁ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼ିଥାଏ ଯାହାଦ୍ୱରା ଚନ୍ଦ୍ରର କିଛି ଅଂଶ ଲୁଚିଯାଇଥାଏ ।

ଭାରତରେ ୫ଜୁଲାଇରେ ହେବାକୁ ଥିବା ଗ୍ରହଣ ସମୟ
୫ଜୁଲାଇ ରେ ହେବାକୁ ଥିବା ଗ୍ରହଣ ଏକ ମାଧ୍ୟଗ୍ରହଣ । ଯାହାଦ୍ୱରା ରାଶି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହି ଗ୍ରହଣ ଭାରତରେ ସକାଳ ୮:୩୭ମିନିଟ ରେ ଆରମ୍ଭ ହୋଇ ୧୧:୨୨ ପର୍ଯନ୍ତ ରହିବ ।
ଉଲ୍ଲେଖ ଅନୁଯାୟୀ ୫ଜୁଲାଇରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ଭାରତୀୟ ସମୟ ଅନୁଯାୟୀ ଦିନରେ ଦେଖାଯାଉଥିବାରୁ ଏହା ଲୋକଙ୍କୁ ଦୃଶ୍ୟମାନ ହେବ ନାହିଁ । ସୂଚନା ମୁତାବକ ଏହି ଗ୍ରହଣ ୨ଘଣ୍ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଲାଗି ରହିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0