ବାଲିଅନ୍ତା: ଚଉଷଠୀ ଯୋଗିନୀ ମନ୍ଦିର ପରିସରରେ ସଫେଇ । ଜୟଦେବ ପ୍ରେସକ୍ଲବ ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଫେଇ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କ୍ଲବର ସମସ୍ତ କାର୍ଯ୍ୟକର୍ତାମାନେ ପୀଠରେ ଏକାଠି ହୋଇ ଚଉଷଠୀ ଯୋଗିନୀ ମୁଖ୍ୟ ପ୍ରବେଶ ରାସ୍ତା , ପରିସର ଦୋଳ ମଣ୍ଡପ , ଯଜ୍ଞ ମଣ୍ଡପ ଓ ଅନ୍ୟ ବିଭିନ୍ନ ସ୍ଥାନରେ ସଫେଇ କରିଛନ୍ତି । ଏହାପରେ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପରେ ବାଲିଅନ୍ତା – ବାଲିପାଟଣା ବ୍ଲକ ବିଜେଡି ସଂଗଠନ ପକ୍ଷରୁ ସ୍ଥାନୀୟ ଅତିଥି ଭବନ ସଭା କକ୍ଷରେ ସଭାରେ ସଂଗଠନ ପକ୍ଷରୁ ଉପସ୍ଥିତ ଅତିଥିବୃନ୍ଦ ସାମ୍ବାଦିକମାନଙ୍କୁ ସମ୍ବଦ୍ଧିତ କରିଥିଲେ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0