ଭବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ଏକ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର ତଥା ସତ୍ୟ ଓ ଅହିଂସାର ପ୍ରତୀକ ହେଉଛନ୍ତି ମହାତ୍ମା ଗାନ୍ଧୀ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ଲୋକଙ୍କ କଲ୍ୟାଣରେ ତାଙ୍କ ପ୍ରଦର୍ଶିତ ମାର୍ଗ ସର୍ବଦା ସହାୟକ ।
ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ତଥା ସତ୍ୟ ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ ଲୋକଙ୍କ କଲ୍ୟାଣରେ ତାଙ୍କ ପ୍ରଦର୍ଶିତ ମାର୍ଗ ସର୍ବଦା ସହାୟକ ହେବ ବୋଲି ସେ କହିଛନ୍ତି। #MahatmaGandhi pic.twitter.com/X4V6BUI8JS
— CMO Odisha (@CMO_Odisha) October 2, 2020
ସେପଟେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଫୁଲ କୁମାର ସାମଲ, ରୋହିତ ପୂଜାର, ବିଧାନସଭା ସଚିବ ଓ ଅନ୍ୟାନ୍ୟ କର୍ମଚାରୀ ଗାନ୍ଧୀଙ୍କ ପ୍ରତିମୂତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0