ଗଣିଆ :ନୟାଗଡ ଜିଲ୍ଲା ଗଣିଆ-ଦଶପଲ୍ଲା ରାସ୍ତାରେ ଏକ ଚଳନ୍ତା ସ୍କୁଟି ଜଳିଯାଇଛି । ତେବେ ସ୍କୁଟିରେ ବସିଥିବା ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନାନୁସାରେ, ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ଭୁବନେଶ୍ୱର ଦାସ ଓ ତାଙ୍କ ପୁଅ ନାରାୟଣ ଏକ ସ୍କୁଟିରେ ଘରୁ ବାହାରିଥିଲେ । କିଛି ବାଟ ଆସିବା ପରେ ଗାଡ଼ି ସିଟ୍ଟି ତାଙ୍କୁ ଗରମ ଲାଗିଥିଲା। । ଏହା ସହ ସେ ଏକ ଶବ୍ଦ ମଧ୍ୟ ଶୁଣିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ଗାଡ଼ିଟିକୁ ରାସ୍ତା କଡ଼କୁ ନେଇ ଓହ୍ଲାଇ ପଡିଥିଲେ । ଆହୁରି ମଧ୍ୟ ଗାଡ଼ିଟି ନିଆଁ ଲାଗିଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ଗାଡ଼ି ଡିକିରେ ଥିବା ଜିନିଷ ଓ କାଗଜପତ୍ର ବାହାର କରି । ଭୟରେ ଦୂରକୁ ଚାଲିଯାଇଥିଲେ। ଗାଡ଼ିଟି ରାସ୍ତରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ।
ସୂଚନା ପାଇବା ପରେ ଗଣିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବା ଯୋଗୁଁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ସର୍ଟସର୍କିଟ ହୋଇ ଗାଡିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0