ଯାଜପୁର: ଆଜି ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧିନସ୍ଥ ଶାଳପଡ଼ା ଗ୍ରାମପଞ୍ଚାୟତ ସମିଆଁ ଆର.ଆଇ ପରିମଣ୍ଡଳ ବାଉଁସମୂଳି ଅନନ୍ତ ଗୋପାଳ ମନ୍ଦିର ସମ୍ମୁଖରେ ରାଜ୍ୟ ପ୍ରଦୂଷଣ ବୋର୍ଡ଼ ଆନୁକୂଲ୍ୟରେ ଏକ ଜନଶୁଣାଣୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ ମେସର୍ସ ଆଦିଶ ମିନେରାଲସ୍ ପ୍ରା:ଲି କମ୍ପାନୀ କ୍ରୋମିୟମ ବେନିଫିକେସନ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ ଏକ ଲକ୍ଷ କୋଡ଼ିଏ ହଜାର ଥ୍ରୋପୁଟ କ୍ଷମତା ବିଶିଷ୍ଟ ଆଇରନ ୱାସଙ୍ଗି ପ୍ଲାଣ୍ଟ ନିର୍ମାଣ ପାଇଁ ଜନଶୁଣାଣୀ ଶିବିର ଆୟୋଜନ କରାଯାଇଥିଲା ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦର୍ପଣ ଅତିରିକ୍ତ ତହସିଲଦାର ଆଭିଲିପ୍ସା ଦାସ ବୈରୀ ଥାନା ଆଇଆଇସି ମାର୍କଣ୍ଡ ମିଶ୍ର ଓ ରାଜ୍ୟ ପ୍ରଦୂଷଣ ବିଭାଗର ଅଧିକାରୀ ପ୍ରମୋଦ କୁମାର ବେହେରା ଙ୍କ ସମେତ ଦୁଇ ଗୋଟି ଗ୍ରାମପଞ୍ଚାୟତ ର ନିର୍ବାଚନ ପ୍ରତିନିଧି ଓ ଗ୍ରାମପଞ୍ଚାୟତ ବାସୀ ଉପସ୍ଥିତ ଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0