ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଧିନସ୍ଥ ଓଳାଶୁଣୀ ଗୁମ୍ଫା ପୀଠରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଥମ ଜିଲ୍ଲା ସ୍ତରୀୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଯୁବ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ତଥା ଓଡିଶା ପ୍ରଦେଶ ଯୁବ କଂଗ୍ରେସର ପ୍ରଭାରୀ ପ୍ରତିଭା ରଘୁବଂଶୀ ଏବଂ ରାଜ୍ୟ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସହିତ ଯାଜପୁର ଜିଲ୍ଲାର ସଭାପତି ବିଶ୍ଵପ୍ରକାଶ ସାମଲଙ୍କ ସମେତ ଜିଲ୍ଲାର ଅନେକ ଯୁବ କଂଗ୍ରେସର ଆଗୁଆ କାର୍ୟ୍ୟକର୍ତା ଉପସ୍ଥିତ ରହିଥିଲେ । ମୁଖ୍ୟତଃ ବୈଠକରେ ରାଜ୍ୟ ପ୍ରଭାରୀ ଓ ରାଜ୍ୟ ସଭାପତି ଅଭିଭାବଣ ଦେବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଆଙ୍ଗୁଳି ଉଠାଇବା ସହ ବେକାରୀ ସମସ୍ୟା,କୃଷକ,ଦାରିଦ୍ର୍ୟ ଦୂରୀକରଣ ନୀତିକୁ ପ୍ରସଙ୍ଗ କରିଥିଲେ । ଏଭଳି କାର୍ୟ୍ୟକାରିଣୀ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହେବା ସହିତ ଯୁବ କଂଗ୍ରେସକୁ ଦୃଢ଼ କରିବା ସଙ୍ଗେ ସଙ୍ଗେ ରାଜ୍ୟରେ ଯୁବ କଂଗ୍ରେସର ଆଭିମୁଖ୍ୟ ଦୃନୀତି ଶୋଷଣ ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ ସହ ପ୍ରତିବାଦ ଏବଂ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0