spot_img

୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ ଘଟଣାରେ ଚାରି ଦୁର୍ବୁତ୍ତ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ଘାଟି ନିକଟରେ ଗତ ତା:- ୧୮/୦୧ ରିଖରେ ଏକ ବ୍ୟବସାହିଙ୍କ ଠାରୁ ୪ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ଘଟଣାରେ ଚାରି ଜଣ ଡକାୟତ ଙ୍କୁ ଗିରଫ କରିଛନ୍ତି ଝରିଗାଁ ପୋଲିସ । ବ୍ୟବସାହି ଜଣକ ଚଚା ଗ୍ରାମ ର ରାଜେନ୍ଦ୍ର ଯାଧବ ଗତ ତା:- ୧୮/୦୧ ରିଖ ସକାଳେ ପ୍ରାୟ ୧୧ଟା ସମୟରେ ଚକଳାପଦର ପଞ୍ଚାୟତ କଂଗ୍ରା ସାପ୍ତାହିକ ହାଟର ଧାନ, ମକା ଆଦି କିଣିବାକୁ ଯାଉଥିବା ବେଳେ ଚକଳାପଦର ଘାଟି ନିକଟରେ ୩ ଜଣ ଦୁବୃର୍ତ୍ତ ବ୍ୟବସାହି ଜଣଙ୍କ ବାଇକ ଅଟକାଇ ପ୍ରଥମେ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଚେଷ୍ଟା କରିଥିଲେ । ବ୍ୟବସାହି ଜଣକ ବ୍ୟାଗ ନଛାଡିବାରୁ କ୍ରିକେଟ ବ୍ୟାଟ ଏବଂ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଏହି ଘଟଣା ପରେ ଜିଲ୍ଲା ପୋଲିସ ଏକ ସ୍ପେସାଲ ଟିମ୍ ଗଠନ କରି ଆଜି ଡାବୁଗାରୁ ଚାରି ଜଣ ଡକାୟତକଙ୍କୁ ଗିରଫ କରିବା ସହ ଦୁଇ ଗୋଟି ମଟରସାଇକେଲ , ଚାରୋଟି ମୋବାଇଲ ଫୋନ , ଏକ ଧାରୁଆ ଅସ୍ତ୍ର ସହ ଏକ ଲକ୍ଷ ବାର ହଜାର ଟଙ୍କା ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular