ନୂଆଦିଲ୍ଲୀ: ମେ ୧୫ ରୁ ୩୦ ତାରିଖ ମଧ୍ୟରେ କଂଗ୍ରେସ ତା’ର ବହୁ ପ୍ରତୀକ୍ଷିତ ସାଙ୍ଗଠନିକ ନିର୍ବାଚନ କରାଇବା କଥା ଆଜି ଚାଲିଥିବା ‘କଂଗ୍ରେସ ଓ୍ଵାର୍କିଙ୍ଗ କମିଟି’ ବୈଠକରେ ବିଚାର କରାଯାଇପାରେ ବୋଲି ସୂଚନା ମିଳୁଛି। ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ହେବାକୁ ଥିବା ଏହି ନିର୍ବାଚନରେ କଂଗ୍ରେସର ନୂତନ ଅଧ୍ୟକ୍ଷଙ୍କୁ ମଧ୍ୟ ନିର୍ବାଚିତ କରାଯାଇ ପାରେ। ଏହାଛଡ଼ା ଆସନ୍ତା ଫେବ୍ରୁଆରି ମାସରେ ମଧ୍ୟ ଏ ଅଭ୍ୟନ୍ତରୀଣ ନିର୍ବାଚନ କରାଇବାକୁ କଂଗ୍ରେସ ଉପାୟ କରୁଛି। ଏବର୍ଷ ଏପ୍ରିଲ-ମେ ମାସରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଏବଂ ଆସାମ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀରେ ମଧ୍ୟ ନିର୍ବାଚନ ହେବ। ତେଣୁ ଫେବ୍ରୁଆରି ମାସ ସୁଦ୍ଧା ଅଭ୍ୟନ୍ତରୀଣ ନିର୍ବାଚନ ଶେଷ ହେଲେ ରାଜ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତୁତି କରିବାକୁ ନୂଆ ଟିମ୍ ଯଥେଷ୍ଟ ସମୟ ପାଇବ ବୋଲି ‘ସିଡବ୍ଲୁସି’ର ଅନ୍ୟୂନ ଦୁଇଜଣ ସଦସ୍ୟ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0