ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସମ୍ପ୍ରତି ତାଙ୍କ ହୋଟେଲ ଓ ରିସର୍ଟ ବ୍ୟବସାୟ ପ୍ରତି ଧ୍ୟାନ ଦେଇଛନ୍ତି। ସୂଚନା ଅନୁସାରେ, କୋଭିଡ-୧୯ ମହାମାରୀ, ସଟଡାଉନ ଓ କଟକଣା ଯୋଗୁଁ ବିପର୍ୟ୍ୟସ୍ତ ହୋଇପଡ଼ିଥିବା ତାଙ୍କ ପାରିବାରିକ ବ୍ୟବସାୟ ପ୍ରତି ଟ୍ରମ୍ପ ଧ୍ୟାନ ଦେବେ। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ତାଙ୍କର ଡୋରାଲ ଗଲଫ ପ୍ରପର୍ଟିରେ ଥିବା ଏହି ବ୍ୟବସାୟ ପ୍ରାୟ ୪୦% ହ୍ରାସ ପାଇଛି। ଓ୍ଵାସିଂଟନରେ ଥିବା ତାଙ୍କ ହୋଟେଲ ଏବଂ ଦୁଇଟି ସ୍କଟିସ ରିସର୍ଟ ମଧ୍ୟ ବିପୁଳ କ୍ଷତି ସହିଛନ୍ତି। ତାଙ୍କ ଆର୍ଥିକ ସାମ୍ରାଜ୍ୟ ସଂକ୍ରାନ୍ତରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେତେକ ବ୍ୟାଙ୍କ, ରିୟଲ ଇଷ୍ଟେଟ ଦଲାଲ ଏବଂ ଗଲଫ ସଂଗଠନ ଟ୍ରମ୍ପଙ୍କ କମ୍ପାନି ସହ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ କମ୍ପାନିର ଋଣ ଭାର ମଧ୍ୟ ୩୦୦ ନିୟୁତ ଡଲାରରୁ ଅଧିକ ହୋଇଯାଇଛି। ଗତ ଚାରି ବର୍ଷ ମଧ୍ୟରେ ଏହି ଋଣ ବୋଝ ବୃଦ୍ଧି ପାଇଥିବା ଜଣାପଡ଼ିଛି। କିନ୍ତୁ, ଫ୍ଲୋରିଡାସ୍ଥିତ ପାମ ବିଚରେ ଥିବା ତାଙ୍କା ‘ମାର-ଆ-ଲାଗୋ ରିସର୍ଟରୁ ଭଲ ଆୟ ହୋଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0