spot_img

ବିବାଦରେ ୱେବ ସିରିଜ ‘ତାଣ୍ଡବ’

ବିବାଦରେ ସୈଫ ଅଲି ଖାନଙ୍କ ୱେବ୍ ସିରିଜ୍ ‘ତାଣ୍ଡବ’ । ଏନେଇ ଉତ୍ତର ପ୍ରଦେଶରେ ବିରୋଧ ଆରମ୍ଭ ହୋଇଛି । ଏଥିରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଓ ଜାତିଗତ ଭାବନାକୁ ପକ୍ଷାଘାତ କରାଯାଉଥିବା ନେଇ ଅଭିଯୋଗ କରାଯାଇଛି । ସୋସିଆଲ ମିଡ଼ିଆରୁ ଏହି ୱେବ୍ ସିରିଜ୍ ବ୍ୟାନ କରିବାକୁ ଦାବି ହୋଇଛି।ଏନେଇ ହଜରତଗଞ୍ଜ ଥାନାରେ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ସିରିଜ୍ ନିର୍ଦ୍ଦେଶକ ଅଲି ଅବ୍ବାସ ଜଫର, ପ୍ରଯୋଜକ ହିମାଂଶୁ କୃଷ୍ଣା ମେହରା ଓ ଲେଖକ ଗୌରବ ସୋଲାଙ୍କିଙ୍କ ସମେତ ୫ଜଣଙ୍କ ବିରୋଧରେ ଗମ୍ଭୀର ଧାରା ଅନୁଯାୟୀ ଏଫଆଇଆର ରୁଜ୍ଜୁ ହୋଇଛି। ଫିଲ୍ମ ନିର୍ମାତା ଓ ରିଲିଜ୍ ପ୍ଲାଟଫର୍ମ ବିରୋଧରେ ମାମଲା ରୁଜ୍ଜୁ କରି ଉଚିତ କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular