ଖୋର୍ଦ୍ଧା: ସ୍ୱାସୀ ଓ ସ୍ତ୍ରୀ ଖୁସିରେ ବାଇକରେ ଗାଁକୁ ଫେରୁଥିଲେ । ହେଲେ ଅଧାରାସ୍ତାରେ ଧକ୍କା ଦେଲା ମିନି ଟ୍ରକ୍ । ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତୁ୍ୟ ଘଟିଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ନିକଟରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ନିକଟରେ ।
ରଣପୁର ଗୁଡ଼ିମରା ଗାଁର ବାବୁଲା ପ୍ରଧାନ ଓ ତାଙ୍କ ପତ୍ନୀ ବାଇକରେ ଭୁବନେଶ୍ୱରରୁ ଘରକୁ ଫେରୁଥିଲେ । ନୂଆ ଜଗନ୍ନାଥ ସଡ଼କର ସିକୋଠାରୁ ଏକ ମିନିଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍ୱାମି ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ସେବାନଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘେଷଣା କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0